Categories: ଫୁରସତ

ମୃତ୍ୟୁର ୫ଶହ ବର୍ଷ ପରେ ବି ଅକ୍ଷତ ଅଛି ଯୁବତୀଙ୍କ ଶରୀର!

ସମସ୍ତଙ୍କୁ ଉଣା ଅଧିକେ ଜଣା ଯେ ମଣିଷର ମୃତ୍ୟୁ ପରେ ତା’ର ଶରୀର ପଚିବାକୁ ବା ନଷ୍ଟ ହେବାକୁ ଆରମ୍ଭ କରିଥାଏ। ସେଥିପାଇଁ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯିବା ସମୟରେ ତାକୁ ସଂରକ୍ଷିତ କରି ରଖାଯାଇଥାଏ। ହେଲେ ୧୯୯୯ ମସିହାରେ ଆର୍ଜେଣ୍ଟିନାର ଜ୍ୱାଳାମୁଖୀ ଉଦ୍‌ଗିରଣ ହେଉଥିବା ସ୍ଥାନ ନିକଟରେ ଜମା ହୋଇଥିବା ପାଉଁଶ ପାଖରୁ ଜଣେ ୧୫ ବର୍ଷୀୟା ଯୁବତୀଙ୍କ ମୃତଦେହ ମିଳିଥିଲା। ଏହାକୁ ଦେଖି ବୈଜ୍ଞାନିକମାନେ ଦାବି କରିଥିଲେ କି ମୃତଦେହଟି ପାଖାପାଖି ୫ଶହ ବର୍ଷ ତଳର। ହେଲେ ମୃତଦେହକୁ ବାହାରକୁ ଆଣିବା ପରେ ଜଣାପଡୁଥିଲା କି ଯେମିତି ଅଳ୍ପ କିଛିଦିନ ହେବ ତାଙ୍କୁ ଏଠାରେ କବର ଦିଆଯାଇଛି। କାରଣ ତାଙ୍କ ଶରୀରରେ ସେମିତି କିଛି ବଡ ଧରଣର ପରିବର୍ତ୍ତନ ହୋଇ ନ ଥିଲା ଅବା ମୃତଦେହ ପଚି ନ ଥିଲା। ବୈଜ୍ଞାନିକମାନେ କହିଥିଲେ ଯୁବତୀ ଜଣଙ୍କୁ ଯେଉଁଠାରେ କବର ଦିଆଯାଇଥିଲା ସେଠାରେ ତାପମାତ୍ରା ବହୁତ୍‌ କମ୍‌ ଥିବାରୁ ତାଙ୍କ ଶରୀର ପଚି ନ ଥିଲା ବା ନଷ୍ଟ ହୋଇ ନ ଥିଲା। ତେବେ ତାଙ୍କ ଶରୀରରେ ଶୁଖି ଯାଇଥିବା ରକ୍ତରେ ଟିବିର ବ୍ୟାକ୍ଟେରିଆ ଥିବା କୁହାଯାଉଛି। ଏବେ ଏହି ମୃତ ଶରୀରକୁ ନେଇ ଗବେଷଣା ଆରମ୍ଭ କରାଯାଇଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଯୁବତୀଙ୍କ ଶରୀରରେ ଟିବିର ବ୍ୟାକ୍ଟେରିଆ ଥାଇ ମଧ୍ୟ କିପରି ତାଙ୍କ ଶରୀର ନଷ୍ଟ ହୋଇନାହିଁ ତାହା ଏବେ ଦ୍ୱନ୍ଦ୍ୱରେ ପକାଇଛି। ଏହାସହ ଯୁବତୀଙ୍କ ମୁଣ୍ଡରେ ଥିବା କେଶରେ ଉକୁଣି ଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଏହାସହ ଯୁବତୀଙ୍କ ମୃତ ଶରୀର ନିକଟରେ ସୁନା, ଚାନ୍ଦି ସହ କେତେଗୁଡିଏ ଦାମୀ ପୋଷାକ ମଧ୍ୟ ମିଳିଥିବା କୁହାଯାଏ। ମୃତ ଶରୀରଟି ନଷ୍ଟ ନ ହେବା ପଛର କାରଣ ଏବେ ଖୋଜା ଚାଲିଛି।

Share