Categories: ଖେଳ

ମୃତ୍ୟୁର ୫ ବର୍ଷପରେ ହ୍ୟୁଗ୍ସଙ୍କୁ ପ୍ରଶଂସା

ମେଲବୋର୍ନ,୨୬।୧୧(ପି.ଟି.)- ମୃତ୍ୟୁର ୫ ବର୍ଷ ପରେ ଫିଲିପ୍‌ ହ୍ୟୁଗ୍ସଙ୍କୁ ପୁଣି ମନେ ପକାଇଛି କ୍ରିକେଟ ଅଷ୍ଟ୍ରେଲିଆ। ଏକ ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବା ଅବସରରେ ଶର୍ଟ ପିଚ୍‌ ବଲ୍‌ ଦ୍ୱାର ଆହତ ହୋଇ ଅଷ୍ଟ୍ରେଲୀୟ କ୍ରିକେଟର ହ୍ୟୁଗ୍ସ ପ୍ରାଣତ୍ୟାଗ କରିଥିଲେ। ଏବେ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ୨୦୧୪ ନଭେମ୍ବର ୨୫ ତାରିଖରେ ଦକ୍ଷିଣ ଅଷ୍ଟ୍ରେଲିଆ ତରଫରୁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ବିପକ୍ଷରେ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳିବା ଅବସରରେ ମାତ୍ର ୨୫ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ। ସେ ହେଲ୍‌ମେଟ ପିନ୍ଧିଥିଲେ। ତେବେ ହେଲମେଟ୍‌ର ତଳେ ବାମ କାନର ଠିକ୍‌ ତଳେ ବଲ୍‌ ବାଜିବା କାରଣରୁ ସେ ଅଚେତ୍‌ ହୋଇଯାଇଥିଲେ ଓ ଏହାର ୨ ଦିନ ପରେ ଏକ ସ୍ଥାନୀୟ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ। ପ୍ରତିଦିନ ଆମେ ହ୍ୟୁଗ୍ସଙ୍କୁ ମନେ ପକାଉଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‌ ରବର୍ଟ କହିଛନ୍ତି। ହ୍ୟୁଗ୍ସ ଅଷ୍ଟ୍ରେଲିଆ ପାଇଁ ୨୫ଟି ଟେଷ୍ଟ ଓ ୨୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଇଂଲଣ୍ଡରେ ମଧ୍ୟ ସେ କେତେବର୍ଷ କାଉଣ୍ଟି କ୍ରିକେଟ ଖେଳିଛନ୍ତି।

Share