Categories: ଜାତୀୟ

ମୃତ୍ୟୁ ଦଣ୍ଡାଦେଶକୁ ନେଇ ବିତର୍କ ଜାରି

ନୂଆଦିଲ୍ଲୀ,୮ା୧(ପି.ଟି.): ନିର୍ଭୟା ମାମଲାରେ ଦିଲ୍ଲୀର ଏକ କୋର୍ଟ ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ଓ୍ବାରେଣ୍ଟ ଜାରି କରିବା ପରେ ଫାଶୀ ଦଣ୍ଡାଦେଶ ଅପରାଧ ହ୍ରାସରେ ସହାୟକ ହେବ ନା ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। କେତେକେ ଏହାକୁ ସ୍ବାଗତ କରିଥିବାବେଳେ ଆଉ କେତେଜଣ ବିଶେଷଜ୍ଞ ଭିନ୍ନମତ ପ୍ରକାଶ କରିଛନ୍ତି।
ବରିଷ୍ଠ ଆଇନଜୀବୀ ରେବେକା ଏମ୍‌. ଜନ୍‌ ଏବଂ ଅବନୀ ବଂଶଲଙ୍କ ମତରେ ମୃତ୍ୟୁ ଦଣ୍ଡାଦେଶ ସମାଧାନ ନୁହେଁ। କାରଣ ପୂର୍ବରୁ ଏଭଳି ଦଣ୍ଡାଦେଶକୁ ନେଇ ଅପରାଧ କମିନାହିଁ। ଅନ୍ୟପକ୍ଷରେ ଆଇନଜୀବୀ ବିକାଶ ସିଂ କହିଛନ୍ତି, ମୃତ୍ୟୁ ଦଣ୍ଡାଦେଶ ରହିବା ଉଚିତ। କାରଣ ଘୃଣ୍ୟ ଅପରାଧ ଘଟାଇଥିଲେ ସେମାନଙ୍କୁ ସମାନ ଭାବେ ବ୍ୟବହାର କରାଯିବ ବୋଲି ଲୋକଙ୍କ ପାଖକୁ ଏହା ଏକ ସନ୍ଦେଶ ପ୍ରେରଣ କରୁଛି। ରେବେକା ଏମ୍‌. ଜନ୍‌ କହିଛନ୍ତି, କର୍ମସ୍ଥଳ, ରାସ୍ତାଘାଟ ଓ ସମାଜକୁ ମହିଳାଙ୍କ ପାଇଁ ସୁରକ୍ଷିତ ରଖିଲେ ବଳାତ୍କାର କମିବ।

Share