Categories: ଜାତୀୟ

ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ରକ୍ତଭରା ବିୟର୍‌ ବୋତଲ ପଠାଇଲେ ପ୍ରେମିକ

ଚେନ୍ନାଇ,୩୦।୮: ତାମିଲନାଡୁର ନଙ୍ଗନଲୁରରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ହାତ କାଟି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ସେ ଏକ ବିୟର୍‌ ବୋତଲରେ ରକ୍ତ ପୂରାଇ ନିଜ ସାଙ୍ଗ ହାତରେ ପ୍ରେମିକାଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ, କୁମାରସା ପାଣ୍ଡିୟାନ ନାମକ ଜଣେ ଯୁବକଙ୍କର କିଛିବର୍ଷ ହେବ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ୨-୩ ସପ୍ତାହ ହେବ ଯୁବତୀଙ୍କ ସହ ପାଣ୍ଡିୟାନ୍‌ଙ୍କ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ। ଫଳରେ ଗୁରୁବାର ଏକ ମଦ ବୋତଲକୁ ଭାଙ୍ଗି ସେଥିରେ ହାତ କାଟି ଦେଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଯେତେ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ହାତରୁ ବାହାରୁଥିବା ରକ୍ତକୁ ସେ ବୋତଲରେ ଭରିି ସାଙ୍ଗ ହାତରେ ପ୍ରେମିକାଙ୍କ ପାଖକୁ ପଠାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share