ମୃତ୍ୟୁ ପ୍ରମାଣ ପତ୍ର ମାଗିବାରୁ ମୃତଦେହ ସହ ବୀମା କାର୍ଯ୍ୟାଳୟ ପହଞ୍ଚିଲେ ପରିଜନ

କୌଣସି ବ୍ୟକ୍ତିଙ୍କର ଯଦି ବୀମା କରାଯାଇଥିବା ତେବେ ମୃତ୍ୟୁ ପରେ ପରିଜନ ଏହାର ପ୍ରମାଣ ଦେଇ ଲାଭ ରାଶି ଉଠାଇ ପାରିବେ। ହେଲେ ଦକ୍ଷିଣ ଆଫ୍ରିକାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ବୀମା କମ୍ପାନୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହାର ପ୍ରମାଣ ପତ୍ର ମାଗିବାରୁ ପରିବାର ଲୋକେ ମୃତଦେହକୁ ନେଇ ବୀମା କାର୍ଯ୍ୟାଳୟରେ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୪୬ ବର୍ଷୀୟ ସିଫିଷ୍ଟୋ ଜଷ୍ଟିସ ମେହଲାଗୋଙ୍କର ଗତ ୭ ତାରିଖରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପରିବାର ବର୍ଗ ତାଙ୍କ ନାଁରେ ଥିବା ବୀମା କମ୍ପାନୀ ନିକଟକୁ ଯାଇ ଏହାର ଲାଭ ରାଶି ପାଇବାକୁ ଆବେଦନ କରିଥିଲେ। ହେଲେ କମ୍ପାନୀ ପ୍ରିୟଜନଙ୍କ କଥାକୁ ବିଶ୍ୱାସ ନ କରି ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଦେଖାଇବାକୁ କହିଥିଲା। ଆଉ ଏଥିରେ ରାଗିଯାଇ ପରିବାର ସଦସ୍ୟ ତାଙ୍କ ମୃତ ଦେହକୁ ନେଇ ସିଧା ବୀମା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆଉ ସେହି ସମୟର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ବୋଲି କୁହନ୍ତି ବୀମା କର୍ମଚାରୀ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ନଭେମ୍ବର ୧୯ର ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ୭୫ ହଜାର ଥର ଦେଖାସରିଲାଣି।

Share