Categories: ଜାତୀୟ

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ମାମଲାର ଶୁଣାଣି ୧୩ରେ

ନୂଆଦିଲ୍ଲୀ,୭ା୧୧(ପି.ଟି.): କର୍ତ୍ତବ୍ୟରେ ଥାଇ ମୃତ୍ୟୁ ହେଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ସହ ଜଣକୁ ନିଯୁକ୍ତି ଦେବା ଲାଗି ଦାଏର ପିଟିଶନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ସରକାରୀ ଅଧିକାରୀଙ୍କ ଭଳି ପୋଲିସଙ୍କ ମୃତ୍ୟୁ ପାଇଁ ସମାନ ନିୟମ ଲାଗୁ ନ ହେବା ଅନ୍ୟାୟ ବୋଲି ଆବେଦନକାରୀଙ୍କ ଓକିଲ ଏମ୍‌.ଏଲ୍‌. ଶର୍ମା କହିଛନ୍ତି। ପୋଲିସ ଅନୁପସ୍ଥିତିରେ ଅଦାଲତ, ମନ୍ତ୍ରୀ କମ୍ବା ସେସାଇଟି କେହି ଆଇନ ଶୃଙ୍ଖଳା ରକ୍ଷା କରିପାରିବେନି। ସେମାନେ ସମାଜରେ ଆଇନଶୃଙ୍ଖଳା ସ୍ଥିତି ସମ୍ଭାଳିବା ସହ ଧନଜୀବନର ସୁରକ୍ଷା କରିଥାନ୍ତି। ସେଥିପାଇଁ ଜଣେ ପୋଲିସ କର୍ତ୍ତବ୍ୟରେ ଥାଇ ପ୍ରାଣ ହରାଇଲେ ପୁରସ୍କାର ସ୍ବରୂପ ତାଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ସହିତ ଜଣକୁ ଚାକିରି ମିଳିବା ଆବଶ୍ୟକ ବୋଲି ଆବେଦନକାରୀ ପୋଲିସ ଅଫିସରଙ୍କ ବିଧବା ସ୍ତ୍ରୀଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ କହିଥିଲେ।

Share