ମୃତ୍ୟୁ ପୂର୍ବରୁ ଭବିଷ୍ୟବାଣୀ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା ଏହି ଚଳଚ୍ଚିତ୍ର ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ସେ ଅନ୍ୟ କୌଣସି ବଲିଉଡ ଫିଲ୍ମରେ ଅଭିନୟ କରି ନ ଥିଲେ। ୩୨ ବର୍ଷ ବୟସ ତାଙ୍କର ମୃତ୍ୟୁ ଘଟିଥିଲା।

କୁହାଯାଏ ଯେ, ସୌନ୍ଦର୍ଯ୍ୟାଙ୍କ ପିଲାଦିନରେ ଜଣେ ଜ୍ୟୋତିଷ ତାଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଭବିଷ୍ୟବାଣୀ କରିଥିଲେ। ପ୍ରତ୍ୟେକ ପିତାମାତାଙ୍କ ପରି ସେମାନଙ୍କ ମା’ବାପା ମଧ୍ୟ ପୂଜା କରିଥିଲେ। ଏ ନେଇ ତାଙ୍କୁ ଡ୍ରାଇଭିଂ ଶିଖିବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା। ସବୁବେଳେ ତାଙ୍କ ସହିତ ଜଣେ ସୁରକ୍ଷାକର୍ମୀ ରହୁଥିଲେ। ଆହୁରି ମଧ୍ୟ ଯେତେବେଳେ ସୌନ୍ଦର୍ଯ୍ୟା ଅମିତାଭ ବଚ୍ଚନଙ୍କ ସହ ‘ସୂର୍ଯ୍ୟବଂଶମ’ ଫିଲ୍ମରେ କାମ କରିବାକୁ ଏକ ଅଫର୍‌ ପାଇଲେ, ଜ୍ୟୋତିଷ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ, ଏହା ତୁମ ଜୀବନର ଶେଷ ଫିଲ୍ମ ହେବ।

Share