Categories: ଖେଳ

ମେଓ୍ବେଦରଙ୍କ ପୂର୍ବତନ ବାନ୍ଧବୀଙ୍କ ମୃତଦେହ ଉଦ୍ଧାର

ଲାସ୍‌ ଏଞ୍ଜେଲ୍ସ, ୧୨।୩ (ଏଏଫ୍‌ପି)- ବକ୍ସିଂ ସୁପର୍‌ଷ୍ଟାର ଫ୍ଲଏଡ୍‌ ମେଓ୍ବେଦରଙ୍କ ପୂର୍ବତନ ବାନ୍ଧବୀ ଜୋସିଏ ହାରିସଙ୍କ ମୃତଦେହ କାର୍ଲିଫୋନିଆର ଭାଲେନସିଆସ୍ଥିତ ତାଙ୍କ ଘରେ ଥିବା କାର୍‌ ମଧ୍ୟରୁ ଉଦ୍ଧାର କରାଯାଇଛି। ୪୦ ବର୍ଷୀୟା ଜୋସିଏ ମେଓ୍ବେଦରଙ୍କ ୩ଟି ସନ୍ତାନର ଜନନୀ ଥିଲେ ବୋଲି ସରକାରୀ ଅଧିକାରୀ କହିଛନ୍ତି। ତେବେ ମୃତ୍ୟୁ ସମ୍ବନ୍ଧରେ କୌଣସି ଅଫିସିଆଲି ସୂଚନା ପ୍ରଦାନ କରାଯାଇନାହିଁ। ଏହି ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ସହ ଜୋସିଏ ୧୯୯୫ରୁ ୨୦୧୦ ପର୍ଯ୍ୟନ୍ତ ଡେଟିଂ କରିଆସୁଥିଲେ। ତେବେ ୨୦୧୦ରେ ହାରିସଙ୍କୁ ବାଡ଼େଇବା ସହ ଅସଦାଚରଣ କରିବା ଓ ତାଙ୍କ ୨ ସନ୍ତାନଙ୍କୁ ଧମକ ଦେବା ମାମଲାରେ ମେଓ୍ବେଦର ୨ ମାସ ଜେଲ ଦଣ୍ଡ ଭୋଗିଥିଲେ। ମେଓ୍ବେଦର ମଧ୍ୟ ନିଜ ଦୋଷ ସ୍ବୀକାର କରିଥିଲେ। ଘରୋଇ ହିଂସା ମାମଲାରେ ତାଙ୍କୁ ଏହି ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।

Share