ମେକଅପ୍‌ ରୁମ୍‌ରେ ନୁସରତଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ସୁବବେଳେ ବହୁ ଆକ୍ଟିଭ ରୁହନ୍ତି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଓ ଟିକ୍‌ଟକ୍‌ ଭଳି ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କ ସହ ଯୋଡି ହୋଇଥାନ୍ତି। ଅଭିନେତ୍ରୀରୁ ଏମ୍‌ପି ହେବା ପରେ ଏବେ କୋଲକାତାର ବିଶିଷ୍ଟ ଶିଳ୍ପପତି ନିଖିଲ ଜୈନଙ୍କୁ ବିବାହ କରିବାରୁ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କିଛି ଦିନ ତଳେ ନୁସରତ ହନିମୁନ ଫଟୋ ଶେୟାର କରିଥିବା ବେଳେ ଲୋକେ ବେଶ୍‌ ପସନ୍ଦ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ର ଏକ ଗୀତକୁ କପି କରୁଥିବା ଦେଖିବାକୁ ମିଳିଛି। ନୁସରତ ମେକଅପ୍‌ ରୁମ୍‌ରେ ବସିଥିବା ବେଳେ ମେକଅପ୍‌ ଆର୍ଟିଷ୍ଟ ତାଙ୍କର ମେକଅପ୍‌ କରୁଛନ୍ତି। ସେହି ସମୟରେ ନୁସରତ ଦବଙ୍ଗ ଫିଲ୍ମର ଦଗାବାଜ…ଗୀତର ଟିକ୍‌ଟକ୍‌ରେ ଭିଡିଓଟି କରିଥିଲେ। ଏଥିରେ ସେ ବେଶ୍‌ ସୁନ୍ଦର ନଜର ଆସୁଥିବା ବେଳେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share