ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ, ଛୋଟ ଛୋଟ କଟା ଯାଇଥିବା ଗୋଟିଏ ଗାଜର, କ୍ୟାପ୍ସିକମ୍‌, କଟା ଟମାଟୋ ୧/୨ କପ୍‌, ସିଝା ମକା , କଟା ପିଆଜ, ୩ଟି ରସୁଣ କୋଲା, ତେଲ ୨ ଟେବୁଲ୍‌ ସ୍ପୁନ୍‌, ଜିରା ୧/୪ ଟିସ୍ପୁନ୍‌, ଧନିଆ ପାଉଡର ୧/୨ ଟିସ୍ପୁନ୍‌, ଓରିଗାନୋ ୧/୨ ଟିସ୍ପୁନ୍‌, ଲାଲ୍‌ ଲଙ୍କା ପାଉଡ଼ର୧/୨ ଟିସ୍ପୁନ, ଚିଜ୍‌ କ୍ୟୁବ୍‌ ୨ଟା, ଟମାଟୋ ସସ୍‌ ୧ ଟେବୁଲ୍‌ସ୍ପୁନ୍‌।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ସେଥିରେ ଜିରା ଏବଂ କଟା ପିଆଜ, ରସୁଣ ପକାଇ ଭାଜନ୍ତୁ। ସେଥିରେ କଟା କ୍ୟାପ୍ସିକମ୍‌, ଗାଜର, ଟମାଟୋ ଏବଂ ଅଳ୍ପ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ବର୍ତ୍ତମାନ ଏଥିରେ ବିନ୍ସ, ରାଜ୍‌ମା, ସିଝା ମକା ଏବଂ ସବୁ ମସଲା ପକାଇ ୫ମିନିଟ୍‌ ଘୋଡାଇ ଦିଅନ୍ତୁ। ଏହା ପରେ ଏଥିରେ ଭାତ ଏବଂ ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଚୁଲା ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌। ଏହା ଉପରେ ଚିଜ୍‌ ପକାଇ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଉପକାରୀ ଦଲିଆ

ଏବେ ଆମମାନଙ୍କର ଅନିୟମିତ ଜୀବନଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଠିକ୍‌ ସମୟରେ ଠିକ ଖାଦ୍ୟ ନ ଖାଇବା ଦ୍ୱାରା ବି ଆମେ...

Holi ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା…

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସିଝାଇବା ନା ଷ୍ଟିମ କରିବା…ସ୍ବାସ୍ଥ୍ୟ ପାଇଁ କେଉଁଟା ଲାଭକାରୀ?

ସବୁଜ ପନିପରିବା ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ଭିଟାମିନ, ଖଣିଜ ପଦାର୍ଥ ଏବଂ ଫାଇବର ଯୋଗାଇଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ...

ସକାଳ ଚା’ରେ ବ୍ୟବହାର କରନ୍ତୁ ଏସବୁ, ରହିବନି ଗ୍ୟାସ୍‌ ସମସ୍ୟା

ଲୋକଙ୍କ ଦିନ ଆରମ୍ଭ ହୁଏ ଗରମାଗରମ ଚା’ରୁ। ମାତ୍ର କିଛି ଲୋକ କୁହନ୍ତି ଚା’ ପିଇବା ଦ୍ୱାରା ଗ୍ୟାସ୍‌ ହୋଇଥାଏ। ତେବେ ଏମିତି କିଛି ଜିନିଷ...

ଆଖୁରସ ନା ପଇଡ ପାଣି, ଖରାଦିନେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ କେଉଁଟା ଭଲ

ଡରାଇଲାଣି ଗ୍ରୀଷ୍ମ ତାତି। ଏପରି ପରିସ୍ଥିତିରେ, ଗୋଟିଏ ପଟେ ଲୋକମାନେ ବଢ଼ୁଥିବା ଗରମକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ, ଏପରି ଅନେକ...

ପେଟ ଦରଜ ହେଉଥିଲେ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ଏହି ମାରାତ୍ମକ ରୋଗ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ଆମର ଖାଦ୍ୟପେୟ ଏବଂ ଜୀବନଶୈଳୀ ଆମ ସ୍ବାସ୍ଥ୍ୟ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଏ। ଖରାପ ଜୀବନଶୈଳୀ ଶରୀରରେ ଅନେକ ପ୍ରକାରର ରୋଗ ହେବାର ସୁଯୋଗ...

୬, ୭ ନା ୮ଘଣ୍ଟା…ଦିନକୁ କେତେଘଣ୍ଟା ଶୋଇବା ସ୍ବାସ୍ଥ୍ୟ ପାଇଁ ଜରୁରୀ

ଯେକୌଣସି ବ୍ୟକ୍ତି ପାଇଁ ସଠିକ ଏବଂ ଭଲ ନିଦ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ 24 ଘଣ୍ଟାରେ ଥରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ନ...

ଜଗିଂ କଲେ ଫାଇଦା ବଦଳରେ ହେବ କ୍ଷତି, ଅଣଦେଖା କରୁଛନ୍ତି କି ଏସବୁ ଜିନିଷ

ସୁସ୍ଥ ଏବଂ ଫିଟ ରହିବା ପାଇଁ, ଯୋଗ କିମ୍ବା ହାଲୁକା ବ୍ୟାୟାମ ଭଳି ଶାରୀରିକ କାର୍ଯ୍ୟକଳାପ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କର ଏଥିପାଇଁ ସମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri