ମେକ୍ସିକାନ୍‌ ସୁପ୍‌

ଆବଶ୍ୟକ ସାମଗ୍ରୀ – ଟମାଟୋ ପ୍ୟୁରି – ୧ କପ୍‌, ଛୋଟ ଛୋଟ ଆକାରରେ କଟାଯାଇଥିବା ପନିପରିବା (ବନ୍ଧାକୋବି, କ୍ୟାପ୍‌ସିକମ୍‌, ଗାଜର ଆଦି) – ୧/୨ କପ୍‌, ରସୁଣ କୋଲା – ୧ ଚାମଚ, ଭିନେଗାର – ୧ ଚାମଚ, ଅଲିଭ୍‌ ଅଏଲ୍‌ – ୧ ଚାମଚ, ଟମାଟୋ ସସ୍‌ – ୧ ଚାମଚ, ସିଝା ପାସ୍ତା, ଲଙ୍କାଗୁଣ୍ଡ – ୧/୨ ଚାମଚ, ସ୍ବାଦାନୁସାରେ ଲୁଣ, ଭେଜିଟେବୁଲ ଷ୍ଟକ୍‌ – ୩/୪ କପ୍‌।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏଥିରେ ରସୁଣ ପକାଇ ଭାଜନ୍ତୁ। ଏବେ ସମସ୍ତ ପନିପରିବାକୁ ଏଥିରେ ପକାଇ ୨ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଟମାଟୋ ପ୍ୟୁରି, ଭେଜିଟେବୁଲ ଷ୍ଟକ୍‌ ଏବଂ ପୂର୍ବରୁ ସିଝାଯାଇଥିବା ପାସ୍ତା ପକାନ୍ତୁ। ଏହାପରେ କିଛି ମାତ୍ରାରେ ପାଣି ପକାଇ ୫-୭ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ସେଥିରେ ଟମାଟୋ ସସ୍‌, ଲଙ୍କାଗୁଣ୍ଡ ଏବଂ ଭିନେଗାର ମିଶାଇ ପୁଣି ୧-୨ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଶେଷରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହେଲା ମେକ୍ସିକାନ୍‌ ସୁପ୍‌। ଗରମ ଗରମ ଏହାକୁ ପରଷନ୍ତୁ।