Categories: ଖେଳ

ମେକ୍ସିକୋ ଓପନ୍‌: ନାଡାଲଙ୍କ ସହଜ ବିଜୟ

ଆକାପୁଲକୋ (ମେକ୍ସିକୋ), ୨୬।୨ (ଏଏଫ୍‌ପି)- ସ୍ପାନିଶ ତାରକା ରାଫାଲ ନାଡାଲ ଏଠାରେ ଅନୁଷ୍ଠିତ ମେକ୍ସିକୋ ଓପନ୍‌ରେ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୩୩ ବର୍ଷୀୟ ନାଡାଲ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ୬-୩, ୬-୨ ସିଧାସଳଖ ସେଟ୍‌ରେ ପାବଲୋ ଆଣ୍ଡୁଜାରଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ନାଡାଲଙ୍କୁ ଏକ ଘଣ୍ଟା ୩୦ ମିନିଟ୍‌ ସମୟ ଲାଗିଥିଲା। ଗତ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ଡୋମିନିକ୍‌ ଥିଏମଙ୍କ ନିକଟରୁ ହାରିବା ପରେ ନାଡାଲଙ୍କ ଏହା ପ୍ରଥମ ଟୁର୍ନାମେଣ୍ଟ ଥିଲା। ୧୯ଥର ଗ୍ରାଣ୍ଡସ୍ଲାମ ବିଜେତା ଯଦି ଏଠାରେ ଚାମ୍ପିୟନ ହୁଅନ୍ତି ତେବେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାସଲ କରିବାର ସମ୍ଭାବନା ରହିଛି।

Share