Categories: ଖେଳ

ମେକ୍ସିକୋ, ୟୁଏସ୍‌ଏ, ସ୍ଲୋଭେନିଆ ସହ ଖେଳିବ ଜୁନିୟର ଫୁଟ୍‌ବଲ ଦଳ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଏଏଫ୍‌ସି ୧୬ବର୍ଷରୁ କମ୍‌ କ୍ୱାଲିଫାୟର୍ସକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ ଜୁନିୟର ଦଳ ଦକ୍ଷତା ବୃଦ୍ଧି ପାଇଁ ଇଟାଲୀ ଟୁର୍‌ରେ ଯିବ। ସେଠାରେ ଦଳ ୟୁଏସ୍‌ଏ, ମେକ୍ସିକୋ ଏବଂ ସ୍ଲୋଭେନିଆ ବିପକ୍ଷରେ ଖେଳିବ। ଜାତୀୟ ଦଳରେ ୨୦୦୪ ଜାନୁୟାରୀ ୧ ପରେ ଜନ୍ମ ଗ୍ରହଣ କରିଥିବା ଖେଳାଳିଙ୍କୁ ନିଆଯାଇଛି। ବିବିଆନୋ ଫର୍ନାଣ୍ଡିଜ ଦଳର କୋଚ୍‌ ଦାୟିତ୍ୱରେ ରହିଛନ୍ତି, ଯାହାଙ୍କ ନେତୃତ୍ୱରେ ୨୦୧୮ରେ ମାଲେସିଆରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ୍‌ରେ ୧୫ ବର୍ଷରୁ କମ୍‌ ଦଳକୁ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲା। ଇଟାଲୀରେ ଭାରତର ଜୁନିୟର ଦଳ ଏମୟୁ-୧୫ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ।
ଇଟାଲୀରେ କାର୍ଯ୍ୟସୂଚୀ
ଏପ୍ରିଲ ୨୮: ୟୁଏସଏ ବନାମ ଭାରତ
ଏପ୍ରିଲ ୨୯: ମେକ୍ସିକୋ ବନାମ ଭାରତ
ଏପ୍ରିଲ ୩୦: ସ୍ଲୋଭେନିଆ ବନାମ ଭାରତ।

Share