Categories: ଜାତୀୟ

‘ମେକ୍‌ ଇନ୍‌ ଇଣ୍ଡିଆ’ ଏବେ ‘ରେପ ଇନ୍‌ ଇଣ୍ଡିଆ’: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ଅପରାଧକୁ ନେଇ ଗୃହ ହୋଇଛି ସରଗରମ। ମଙ୍ଗଳବାର ଏହାକୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସବୁ ବିଷୟରେ କିଛି ନା କିଛି ମନ୍ତବ୍ୟ ଦେଉଥିବା ବେଳେ ଦୁର୍ଭାଗ୍ୟର କଥା ଏବେ କିନ୍ତୁ ମହିଳାଙ୍କ ସୁରକ୍ଷାକୁ ନେଇ ଯେତେବେଳେ ପ୍ରଶ୍ନ ଉଠୁଛି ସେତେବେଳେ ସେ ଚୁପ୍‌ ରହିଛନ୍ତି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଧୀରେ ଧୀରେ ‘ରେପ ଇନ୍‌ ଇଣ୍ଡିଆ’ ଆଡକୁ ଅଗ୍ରସର ହେଉଛି ବୋଲି ଅଧିର କହିଛନ୍ତି। ଏହି ଅବସରରେ ସେ ତେଲେଙ୍ଗାନା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସହ ଉନ୍ନାଓ ଗଣବଳାତ୍କାର କଥା ମଧ୍ୟ ଉଠାଇଛନ୍ତି।

Share