ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ଶୋଚନୀୟ

ନାଉଗାଁ,୧୦ା୧୦ (ସ୍ବ.ପ୍ର): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ୱାରା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଏଲ୍‌ ଆଣ୍ଡ ଟି ସଂସ୍ଥା ରହିଥିବା ବେଳେ ତଦାରଖ ଦାୟିତ୍ୱରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ରହିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ଏହି ପ୍ରକଳ୍ପରୁ ପାନୀୟଜଳ ଏରସମା, ବାଲିକୁଦା ବ୍ଲକକୁ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରୁ ଉକ୍ତ ବ୍ଲକର ବିଭିନ୍ନ ଗ୍ରାମ ଓ ରାସ୍ତାପାର୍ଶ୍ୱ ଦେଇ ପାଇପ୍‌ ବିଛାଚାଲିଛି। ଏହି ପାଇପ୍‌ ବିଛା କାର୍ଯ୍ୟ ୬ ମାସରୁ ଊର୍ଦ୍ଧ୍ୱ ହେବ ଚାଲିଛି। ପାଇପ୍‌ ବିଛାକାର୍ଯ୍ୟ ସରିବା ପରେ ପାନୀୟଜଳ ପ୍ରକଳ୍ପରୁ ପାଇପ୍‌ ମାଧ୍ୟମରେ ଟେଷ୍ଟିଂ କରାଯାଉଥିଲା। ଏହି ସମୟରେ ମୁଣ୍ଡାଳୋ-ଭାତପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାପାର୍ଶ୍ୱରେ ପାଇପ୍‌ ଫାଟିଯାଇଥିଲା। ଫଳରେ ସେଠାରେ ରାସ୍ତା ଧସି ପଡ଼ିଥିଲା। ଏହି ପାଇପ୍‌ ଫାଟିବା ଦ୍ୱାରା ରାସ୍ତା ସହ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଅରଖପାରିଠାରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ମଧ୍ୟ ପାନୀୟଜଳ ସ୍ଥାନୀୟ ଗ୍ରାମ ଭାତପଡା, ନହଡିପଡା ଆଦିକୁ ଯାଇପାରି ନ ଥିଲା। ଫଳରେ ଦୀର୍ଘ ୬ ମାସ ହେବ ଉକ୍ତ ଗ୍ରାମର ଗ୍ରାମବାସୀ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ବେଳେ ରାସ୍ତା ଖରାପ ଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି।
ରାସ୍ତା ଧସିବା ସହ ମେଗା ପାନୀୟ ଜଳ ପ୍ରକଳ୍ପରୁ ମେଶିନ ମାଧ୍ୟମରେ ପାଇପ ବିଛା କାର୍ଯ୍ୟ ହୋଇଛି। ରାସ୍ତାପାର୍ଶ୍ୱ ଦେଇ ଅନ୍ୟ ପାଇପ୍‌ ମାଧ୍ୟମରେ ଗ୍ରାମକୁ ଜଳ ଯୋଗାଉ ଥିବା ପାଇପ୍‌ ସବୁ ଫାଟିଯାଇଛି ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ପାନୀୟଜଳ ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ବର୍ତ୍ତମାନ ବର୍ଷା ହେଉଥିବାରୁ ରାସ୍ତାସାରା କାଦୁଅପାଣି ଜମି ରହୁଛି। ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରିବାରେ ଅସୁବିଧା ହେଉଥିବା ବାବୁରାମ ଦାସ, ରମେଶ ଭୋଇ, ବସନ୍ତ ଭୋଇ, ଯଦୁ ଭୋଇ, ନିରଞ୍ଜନ ଭୋଇ, ଦୀନବନ୍ଧୁ ଭୋଇ ପ୍ରମୁଖ କହିଛନ୍ତି। ରାସ୍ତା କାର୍ଯ୍ୟ ଯଥାଶୀଘ୍ର କରିବା ସହ ପାନୀୟଜଳ ଯୋଗାଇଦେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ଯେଉଁ ସ୍ଥାନରେ ପାଇପ୍‌ ଫାଟି ଗ୍ରାମକୁ ପାନୀୟଜଳ ଯାଇପାରୁନାହିଁ ତାହାକୁ ମରାମତି କରାଯାଇଛି। ୨ ଦିନ ମଧ୍ୟରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ରାସ୍ତା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରମେଶ ମିଶ୍ରଙ୍କୁ ପଚାରିବାରେ ରାସ୍ତା ମରାମତି କାର୍ଯ୍ୟ କରୁଥିବା ସଂସ୍ଥାକୁ ବାରମ୍ବାର କୁହାଯାଉଛି। କିନ୍ତୁ ସେ ମରାମତି କରୁନାହିଁ। ପୁନର୍ବାର ସଂସ୍ଥାକୁ କୁହାଯାଇ କାମ ଯଥାଶୀଘ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକ ହରାଉଛି ଶାମୁକା

ସମୁଦ୍ରରେ ଜୁଆର ଆସିଲେ କୂଳକୁ ଭାସିଆସେ ଶାମୁକା। ଜୁଆର ଫେରିଗଲେ ଆଉ ସେହିସବୁ ଶାମୁକା ବେଳାଭୂମିରେ ପଡ଼ିରହେ। ସକାଳର ସୂର୍ଯ୍ୟକିରଣରେ ଶାମୁକା ସବୁ ଚକ୍‌ ଚକ୍‌...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri