ଗୁରୁଗ୍ରାମ, ୨୮।୭: ମେଘାଳୟ ବାଚସ୍ପତି ଡନ୍କୁପାର ରାୟଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୫୪ ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ଡନ୍କୁପାର୍ ମେଘାଳୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ସଭାପତି ଡନ୍କୁପାର ୧୯୮୮ରୁ ଶିଲା ଆସନରୁ ଲଢିଆସୁଥିଲେ।