Categories: ଜାତୀୟ

ମେଘାଳୟ ହିଂସା ମୃତ୍ୟୁସଂଖ୍ୟା ୩

ଶିଲଂ,୨ା୩(ପି.ଟି.): ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳ ଜିଲାରେ ଆଦିବାସୀ-ଅଣଆଦିବାସୀ ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ରବିବାର ୩ରେ ପହଞ୍ଚତ୍ଛି। ଶନିବାର ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସକାଳେ ୩ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ହିଂସା ପରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁକୁ ରବିବାର ସକାଳେ ଉଠାଇ ଦିଆଯାଇଥିବାବେଳେ ଲୁମ୍‌ଡିଏଙ୍ଗ୍ରୀ, ସଦର ଥାନା ଓ କ୍ୟାଣ୍ଟନମେଣ୍ଟ ବିଟ୍‌ ହାଉସ୍‌ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି।

Share