Categories: ଜାତୀୟ

ମେଜର ଅନୁପ ମିଶ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ବାୟୁ ସେନାର ମେଜର ଅନୁପ ମିଶ୍ରାଙ୍କୁ ଆର୍ମି ଡିଜାଇନ୍‌ ବ୍ୟୁରୋ ଏକ୍ସିଲେନ୍ସ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ସୋମବାର ସେନା ମୁଖ୍ୟ ବିପିନ ରାଓ୍ବତ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ମେଜର ମିଶ୍ରା ସ୍ବଦେଶୀ ସର୍ବତ୍ର ବୁଲେଟ ପ୍ରୁଫ୍‌ ଜ୍ୟାକେଟର ନିର୍ମାଣ କରିଥିଲେ। ଯାହା ସ୍ନାଇପର ରାଇଫଲରୁ ବାହାରୁଥିବା ଗୁଳିରୁ ସୁରକ୍ଷା ପ୍ରଦାନ କରିପାରିବ। ସୂଚନାଯୋଗ୍ୟ, ନିୟନ୍ତ୍ରଣ ରେଖା ଓ କଶ୍ମୀର ଘାଟିରେ ଲଗାତାର ଭାବେ ସ୍ନାଇପର ଘଟଣା ଘଟିବା ପରେ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

Share