ମେଟଲ୍‌ ମିଟ୍‌-୨୦୧୯; ଏଠାରେ କେହି ଲୁଜର୍‌ ନୁହନ୍ତି, ସମସ୍ତେ ଓ୍ବିନର୍‌: ତଥାଗତ ସତପଥୀ

ଭୁବନେଶ୍ୱର,୩।୮(ବ୍ୟୁରୋ): ଓଡ଼ିଶାରେ କୁଇଜିଂ କଲଚର୍‌କୁ ପ୍ରୋତ୍ସାହିତ କରିବା ‘ମେଟଲ୍‌ ମିଟ୍‌’ର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ନାଚ, ଗୀତ, ମଡେଲିଂ ଭଳି ବହୁ ଗ୍ଲାମର ଇଭେଣ୍ଟ ହେଉଥିବା ବେଳେ କୁଇଜିଂ ପାଇଁ କିନ୍ତୁ ଭଲ ପ୍ଲାଟ୍‌ଫର୍ମ ନ ଥିଲା। ଆମେ ସେହି ଖାଲିସ୍ଥାନକୁ ପୂରଣ କରିବାକୁ ଓ ପିଲାମାନଙ୍କୁ କୁଇଜିଂ ପାଇଁ ଉତ୍କୃଷ୍ଟ ମଞ୍ଚ ଯୋଗାଇଦେବାକୁ ୨୦୧୬ରେ ମେଟଲ ମିଟ୍‌ର ଆରମ୍ଭ କରିଥିଲୁ। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ବୋଲି କହିଛନ୍ତି ‘ଓଡ଼ିଶା ପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ।

ଶନିବାର ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ରେ ପ୍ରାରମ୍ଭିକ ଅଭିଭାଷଣ ରଖି ସତପଥୀ କହିଥିଲେ, ମେଟଲ୍‌ ମିଟ୍‌ ଧୀରେ ଧୀରେ ବ୍ୟାପକ ହୋଇଛି। ମାତ୍ର କିଛିଟା ଟିମ୍‌ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଚଳିତବର୍ଷ ୯୦ ଟିମ୍‌ରେ ପହଞ୍ଚିଛି। କୁଇଜିଂରେ ଆଗ୍ରହ ରଖୁଥିବା ପ୍ରତିଭାବାନ୍‌ ପିଲାମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଆଣିଦେଇଛି। ଆଗକୁ ଏହି ଯାତ୍ରା ଏମିତି ଜାରି ରହିବ। ମୁଁ ଚାହୁଁଛି ଭଲ ଟିମ୍‌ ଜିତୁ, କିନ୍ତୁ ସବୁ ପ୍ରତିଯୋଗୀ ଏକ ଭଲ ଅନୁଭୂତି ଓ ଅଭିଜ୍ଞତା ନେଇ ଏଠାରୁ ଯାଆନ୍ତୁ।

ଏହି ଅବସରରେ ଓଡ଼ିଶା ପୋଷ୍ଟ ଓ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ କହିଥିଲେ, ମେଟଲ୍‌ ମିଟ୍‌ର କୌଣସି ପ୍ରତିଯୋଗୀ ଲୁଜର ନୁହନ୍ତି। ସମସ୍ତଙ୍କ ପାଖରେ ପ୍ରତିଭା ରହିଛି ଓ ସମସ୍ତେ ୱିନର୍‌। ଭାରତର କୁଇଜିଂ ଜଗତର ଜଣେ ପ୍ରତିଭାବାନ୍‌ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ଏଥର ଶୋ’ ହୋଷ୍ଟ୍‌ କରୁଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ବୋଲି ସତପଥୀ କହିଥିଲେ। କୁଇଜ୍‌ ମାଷ୍ଟର ଅଜୟ ପ୍ରତିଯୋଗିତା ଆରମ୍ଭ କରିବା ପୂର୍ବରୁ ଏଠାରେ ସମସ୍ତେ ବିଜେତା, କେହି ଲୁଜର ନୁହନ୍ତି ବୋଲି କହିଥିଲେ।

Share