ଭୁବନେଶ୍ୱର,୩।୮(ବ୍ୟୁରୋ): ଶେଷ ହୋଇଛି ‘ମେଟଲ୍ ମିଟ୍-୨୦୧୯’ର ପ୍ରିଲିମ୍ସ ରାଉଣ୍ଡ। ଗ୍ରାଣ୍ଡ ଫିନାଲେ ପାଇଁ ଚୁଡ଼ାନ୍ତ ହୋଇଛି ‘ଟପ୍-୮’ଟିମ୍। ଫାଇନାଲକୁ ଯାଇଥିବା ଜୁନିୟର ଟିମ୍ଗୁଡ଼ିକମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ୬ଟି ଟିମ୍ ରହିଛି। ଏଥିସହ ରାଉରକେଲା ଓ କଟକର ଗୋଟିଏ ଗୋଟିଏ ଟିମ୍ ଫାଇନାଲ୍ରେ ପହଞ୍ଚିଛନ୍ତି। ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ୍ ସ୍କୁଲ, ଓଡିଏମ୍ ପବ୍ଲିକ୍ ସ୍କୁଲ,ଡିଏଭି ପୋଖରୀପୁଟ, ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ୍, ମଦର୍ସ ପବ୍ଲିକ୍ ସ୍କୁଲକୁ ଫିନାଲେ ଟିକେଟ୍ମିଳିଥିବା ବେଳେ ରାଉରକେଲାର ସେଣ୍ଟ୍ ପଲ୍ସ ସ୍କୁଲ୍,କଟକର ସିଡିଏସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ ଗୋଲ୍ଡେନ୍ ଟିକେଟ୍ ହାସଲ କରିଛନ୍ତି।
ପ୍ରକାଶଯୋଗ୍ୟ, ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ଏହି ‘ମେଟଲ୍ ମିଟ୍’ ଲାଗି ସକାଳ ୮ଟାରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନିୟର ବର୍ଗଙ୍କ ପରେ ସିନିୟର ବର୍ଗଙ୍କ ମଧ୍ୟରେ ପ୍ରିଲିମ୍ ରାଉଣ୍ଡ ଅନୁଷ୍ଠିତ ହେବ।