‘ମେଟଲ୍‌ ମିଟ୍‌-୨୦୧୯’; ଘୋଷଣା ହେଲା ସିନିୟର ଟପ୍‌-୮, ଏଥର ୩ ନୂଆ ଟିମ୍‌କୁ ମିଳିଲା ଫିନାଲେ ଟିକେଟ୍‌

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ସିନିୟର ବିଭାଗର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଏହି ବିଭାଗରେ ଶ୍ରେଷ୍ଠ ୮ ଟିମ୍‌ ଫିନାଲେ ଟିକେଟ୍‌ ପାଇଛନ୍ତି । ପ୍ରିଲିମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶକରିଛନ୍ତି ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି), ଏକ୍ସଆଇଏମ୍‌ବି, ଏସ୍‌ସିବି ମେଡିକାଲ କଲେଜ, ନାଇଜର୍‌ ଓ ଆଇଜିଆଇଟି ସାରଙ୍ଗା ଜୁନିୟର୍‌ ପ୍ରିଲିମ୍ସରେ ପ୍ରତ୍ୟେକ ଟିମ୍‌ ପରସ୍ପରକୁ କଡ଼ା ଟକ୍କର ଦେଇଥିବାବେଳେ ଏଥର କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଚଳିତବର୍ଷ ୩ଟି ନୂଆଟିମ୍‌ ଏକ୍ସଆଇଏମ୍‌ବି, ନାଇଜର୍‌ଏବଂସାରଙ୍ଗସ୍ଥିତ ଆଇଜିଆଇଟିକୁ ପ୍ରଥମଥର ପାଇଁ ’ମେଟଲ୍‌ ମିଟ୍‌’ ଫିନାଲେ ଟିକେଟ୍‌ ମିଳିଛି।

ପ୍ରକାଶଯୋଗ୍ୟ, ‘ମେଟଲ୍‌ ମିଟ୍‌-୨୦୧୯’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡରେ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ୍‌ ସ୍କୁଲ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ,ଡିଏଭି ପୋଖରୀପୁଟ, ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ମଦର୍ସ ପବ୍ଲିକ୍‌ ସ୍କୁଲକୁ ଫିନାଲେ ଟିକେଟ୍‌ମିଳିଥିବା ବେଳେ ରାଉରକେଲାର ସେଣ୍ଟ୍‌ ପଲ୍‌ସ ସ୍କୁଲ୍‌,କଟକର ସିଡିଏସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ ଗୋଲ୍‌ଡେନ୍‌ ଟିକେଟ୍‌ ହାସଲ କରିଛନ୍ତି।

Share