ମେଟଲ୍‌ ମିଟ୍‌-୨୦୧୯; ସରିଲା ଜୁନିୟର୍‌ ଗ୍ରୁପ୍‌ ପ୍ରିଲିମ୍ସ, ସିନିୟର ପ୍ରିଲିମ୍ସ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ଜୁନିୟର ଗ୍ରୁପ୍‌ର ପ୍ରିଲିମ୍‌ ରାଉଣ୍ଡ ଶନିବାର ଶେଷ ହୋଇଛି। କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ଦମ୍‌ଦାର ପ୍ରଶ୍ନର ଉତ୍ତରକୁ ପିଲାମାନେ ଉତ୍ତର ଖାତାରେ ଲେଖିଥିବା ବେଳେ ଏବେ ରେଜଲ୍ଟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏହା ମଧ୍ୟରେ ସିନିୟର ପ୍ରିଲିମ୍ସ ରାଉଣ୍ଡ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସିନିୟରମାନେ ନୂଆ କୁଇଜ୍‌ ମାଷ୍ଟରଙ୍କ ପ୍ରଶ୍ନକୁ କିଭଳି ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।


ପ୍ରକାଶଯୋଗ୍ୟ, ସ୍ଥାନୀୟ ସ୍ବସ୍ତି ପ୍ରିମିୟମ ହୋଟେଲରେ ମେଟଲ୍‌ ମିଟ୍‌ର ପ୍ରିଲିମ୍ସ ରାଉଣ୍ଡ ହେଉଥିବା ବେଳେ ରବିବାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ପ୍ରମୁଖ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ସକାଳ ୮ଟାରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଥିଲା।

Share