ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ ଅକ୍ଷୟ ମେଟ୍ରୋ ଯାତ୍ରା ସମ୍ପର୍କରେ କହିବା ସହ ଯାତ୍ରୀଙ୍କ ଭିଡକୁ ମଧ୍ୟ ଦେଖାଇଛନ୍ତି। ଆହୁରି ମଧ୍ୟ କହିଛନ୍ତି କି ସେ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ଜଣେ ଦୁଇ ଜଣଙ୍କୁ ଛାଡିଦେଲେ ତାଙ୍କୁ କେହି ଚିହ୍ନି ପାରି ନାହାଁନ୍ତି। ଘଟଣା ହେଲା ଅକ୍ଷୟ ଘାଟକୋପରରେ ଶୁଟିଂ କରୁଥିଲେ। ସେଠାରୁ ସେ ଓ୍ବର୍ସିଓ୍ବା ଯିବାର ଥିଲା। ଆଉ ସେତେବେଳେ ଟ୍ରାଫିକ୍‌ ଜାମ ଯୋଗୁ ତାଙ୍କ ମ୍ୟାପ୍‌ ସୂଚନା ଦେଲା ଏହି ରାସ୍ତା ଅତିକ୍ରମ କରିବାକୁ ତାଙ୍କୁ ଅତିକମ୍‌ରେ ୨ଘଣ୍ଟା ଲାଗିବ। ସେତିକିବେଳେ ତାଙ୍କ ସହ ଥିବା ନିର୍ଦ୍ଦେଶକ କହିଥିଲେ ଚାଲ ମେଟ୍ରୋରେ ଯିବା। ହେଲେ ପ୍ରଥମେ ଭିଡକୁ ଦୃଷ୍ଟିରେ ରଖି ଅକ୍ଷୟ ମେଟ୍ରୋରେ ଯାତ୍ରା କରିବାକୁ ରାଜି ହୋଇ ନ ଥିଲେ। କିନ୍ତୁ ପରେ ଚୁପ୍‌ଚାପ୍‌ ଯାଇ ମେଟ୍ରୋ ଟ୍ରେନ୍‌ରେ ବସି ପଡିଥିଲେ। ଆଉ ତାଙ୍କ ସହ ୨-୩ ଜଣ ସିକ୍ୟୁରିଟି ଥିବା ବେଳେ କେହି ତାଙ୍କୁ ଚିହ୍ନି ନ ପାରିବାରୁ ସେ କିଛି ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ନ ଥିଲେ। ଆଉ ୨ ଘଣ୍ଟାର ବାଟକୁ ମାତ୍ର ୨୦ ମିନିଟ୍‌ ମଧ୍ୟରେ ଅତିକ୍ରମ କରି ସେ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ ବୋଲି କହିଛନ୍ତି।

Share