Categories: ଜାତୀୟ

ମେଟ୍ରୋ ଟ୍ରେନ୍‌ରେ ଠିଆ ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜଳ ଓ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବାର ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର ହୋଇଛି। ସିଟ୍‌ ନ ମିଳିବାରୁ ସେ ଛିଡ଼ା ହୋଇ ଯାତ୍ରା କରିଥିଲେ। ତାଙ୍କୁ ଫରିଦାବାଦ୍‌ ଯିବାର ଥିଲା। ସେ ମେଟ୍ରୋ ଟ୍ରେନ୍‌ରେ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯାତ୍ରା କରି ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ବାହାରକୁ ଯାତ୍ରା କରିଥିଲେ। ମଙ୍ଗଳବାର ରାତିରେ ମନ୍ତ୍ରୀଙ୍କ ସହିତ  ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଥିବା  କର୍ମଚାରୀ ଟୁଇଟ୍‌ କରିଛନ୍ତି। ଏହା ଏକ ସୁନ୍ଦର ଯାତ୍ରା ଥିଲା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Share