ମେଡିକାଲ, ଆର୍‌ଟିଓରୁ ଦଲାଲ୍‌ ଛୁ

ଅନୁଗୋଳ ଅଫିସ, ୨୯।୯ – ସରକାରୀ କାର୍ଯ୍ୟାଳୟ, ମେଡିକାଲରୁ ଦଲାଲଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁଗୋଳ ପୋଲିସର ଘନ ଘନ ଚଢ଼ାଉ କାମ ଦେଇଛି। ଶୁକ୍ରବାର ୭ଜଣଙ୍କୁ ଗିରଫ କରାଯାଇଥିବାରୁ ଏବେ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏପରିକି ଆରଟିଓ ଏବଂ ମେଡିକାଲ ପରିସରରୁ ଅନ୍ୟ ଦଲାଲମାନେ ଛୁ ମାରିଥିବା ଜୋରଦାର ଚର୍ଚ୍ଚା ହେଉଛି। ଶନିବାର ଜଣେ ହେଲେ ବି ଦଲାଲଙ୍କୁ ଗିରଫ କରାଯାଇ ନ ଥିବାରୁ ଏହି ଆଲୋଚନା ଏବେ ଜୋର୍‌ ଧରିଛି।
ପ୍ରକାଶ ଯେ, ଅନୁଗୋଳ ଜିଲା ମୁଖ୍ୟାଳୟଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ, ଆରଟିଓ କାର୍ଯ୍ୟାଳୟ ଆଦିରେ ଅନେକ ଦଲାଲ ଆଡ୍ଡା ଜମାଉଥିଲେ। ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସୁଥିବା ଲୋକଙ୍କୁ ସେମାନେ ଶୋଷଣ କରୁଥିଲେ। ଏପରିକି କର୍ମଚାରୀଙ୍କ ପରି ଚେୟାର ଟେବୁଲ ପକାଇ ଫାଇଲ କାମ କରୁଥିଲେ। କିନ୍ତୁ ଶନିବାର ଏପରି କିଛି ଦେଖିବାକୁ ମିଳିନାହିଁ। ସକାଳେ ଆରଟିଓ କାର୍ଯ୍ୟାଳୟଠାରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟରେ ପୋଲିସ ପଇଁତରା ମାରିଥିଲା। ଏପରି କି ସାଦା ପୋଷାକରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିଲେ। କିଏ କ’ଣ କରୁଛି, କେଉଁମାନେ ମେଡିକାଲକୁ ଆସୁଥିବା ରୋଗୀଙ୍କ ସହ କଥା ହେଉଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ସେହିପରି ଆରଟିଓ କାର୍ଯ୍ୟାଳୟରେ ମଧ୍ୟ ଦଲାଲ ସକ୍ରିୟ ରହିଛନ୍ତି କି ନାହିଁ ତାହା ଦେଖାଯାଉଥିଲା। ତେବେ ଏହି ଦୁଇ କାର୍ଯ୍ୟାଳୟରୁ କୌଣସି ଦଲାଲ ପୋଲିସ ହାତରେ ଧରାପଡ଼ି ନ ଥିଲେ। ଶୁକ୍ରବାର ପୋଲିସ ୭ ଜଣ ଦଲାଲଙ୍କୁ ଧରି କୋର୍ଟ ଚାଲାଣ କରିଥିବାରୁ ଅନ୍ୟ ଦଲାଲମାନେ ଏବେ ଜିଲାପାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ଆଉ କେତେଜଣ ତାଙ୍କ କାର୍ଯ୍ୟ ଛାଡ଼ି ସୁରକ୍ଷିତ ସ୍ଥାନରେ ଯାଇ ଆତ୍ମଗୋପନ କରିଥିବା କୁହାଯାଉଛି। ଅପରପକ୍ଷରେ ମାସର ଚତୁର୍ଥ ଶନିବାର ବିଭିନ୍ନ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧରେ ଖୋଲା ଥିଲେ ମଧ୍ୟ ଅନେକ ଅଧିକାରୀଙ୍କ ଦେଖା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ...

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri