Categories: ଗଞ୍ଜାମ

ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧ା୬-ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭାରେ କେବଳ ଏଏନ୍‌ଏମ୍‌ ଓ ଜିଏନଏମ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି। ତମାଖୁର ଭୟାବହତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରିବା କଥା। ସେମାନଙ୍କୁ ତମାଖୁ ସେବନର ଅପକାରିତା ସମ୍ପର୍କରେ ସଚେତନ କରାଇବା ଦିବସର ମୂଳ ଉଦ୍ଦେଶ୍ୟ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଏପରି କାର୍ଯ୍ୟ ଖାଲି ସରକାରଙ୍କ ଅର୍ଥକୁ ଆତ୍ମସାତ କରିବା ଭଳି ହୋଇଛି। ଏହାକୁ ନେଇ ଜିଲାର ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଯାଇଛି। କେବଳ ଏତିକି ନୁହେଁ ଡେଙ୍ଗୁ ସଚେତନତା, ସ୍ତନ୍ୟପାନ ସଚେତନତା ଭଳି ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଦିବସ ସାର୍ବଜନିନ ଭାବରେ ପାଳନ କରାଯାଉ ନାହିଁ। ସେହିପରି ଜିଲାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ମଧ୍ୟ ଏହିଭଳି କାଯର୍‌ୟକ୍ରମକୁ ନିନ୍ଦା କରାଯାଇଛି।
ଅପରପକ୍ଷେ ଫୁଲବାଣୀରେ ୟୁଥ ଅଫ୍‌ କନ୍ଧମାଳ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଯୁବକମାନଙ୍କ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶୁମାନ ପ୍ରିୟଦର୍ଶନ, ବାଳକୃଷ୍ଣ ପଣ୍ଡା, ରୋହନ ପ୍ରିତ, ଅଂଶୁମାନ ନାୟକ, ଅସୀମ କୁମାର ନାୟକ, ସୁରଜ କୁମାର ବେହେରା, ଆଦିତ୍ୟ ପ୍ରଧାନ, ଗୌତମ ହଂସ, ଆଲୋକ ସାହୁ, ଦେବାଶିଶ ପଟ୍ଟନାୟକ, ଏମ.ଡି.ସଦାମ ହୁସେନ୍‌ ପ୍ରମୁଖ ସାମିଲ ହୋଇ ତମାଖୁ ବର୍ଜନ ଉପରେ ଲୋକଙ୍କୁ ସଚେତନ କରିଥିଲେ।