ମେଡିକାଲ ପରିସରରେ ନାଗ

ଭଣ୍ଡାରିପୋଖରୀ, ୩ା୪ (ଡ଼ି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଗୁରୁବାର ଅପରାହ୍ନରେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ପ୍ରାୟ ୫ ଫୁଟ ଲମ୍ବର ଏହି ସାପଟି ମେଡିକାଲ ପରିସରରେ ବୁଲୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା। ଖବରପାଇ ଭଦ୍ରକର ସାପ ଧରାଳୀ ସେକ ମିର୍ଜା ପହଞ୍ଚି ସାପଟିକୁ ଧରି ସାଙ୍ଗରେ ନେଇଯାଇଥିଲେ।