Categories: ଖେଳ

ମେଡିକାଲ ଷ୍ଟାଫଙ୍କୁ ମାଗଣା ରହିବା ସୁବିଧା ଦେବେ ପ୍ୟାଲେସ ଷ୍ଟାର ଜାହା

ଲଣ୍ଡନ, ୨୨।୩(ଏଏଫ୍‌ପି)-କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଷ୍ଟାଫଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କ୍ରିଷ୍ଟଲ ପାଲେସ ଓ୍ବିଙ୍ଗର ଓ୍ବିଲ୍‌ଫ୍ରେଡ ଜାହା। ଲଣ୍ଡନ ସ୍ଥିତ ତାଙ୍କ ହୋଟେଲରେ ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ମାଗଣା ରହଣି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ୨୭ ବର୍ଷୀୟ ଆଇଭରି କୋଷ୍ଟର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳିଙ୍କ ପୂର୍ବରୁ ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି ଗ୍ୟାରି ନେଭିଲେ ଓ ଚେଲ୍‌ସି ମାଲିକ ରୋମାନ ଆବ୍ରାମୋଭିଚ୍‌ ମେଡିକାଲ ଷ୍ଟାଫ୍‌ଙ୍କ ସହାୟତା ଲାଗି ହୋଟେଲ ରୁମ୍‌ ଉପଲବ୍ଧ କରିଥିଲେ। ଜାହା ପ୍ରିମିୟର କ୍ଲବଠାରୁ ପ୍ରତି ସପ୍ତାହରେ ଦେଢ଼ ଲକ୍ଷ ଆମେରିକୀୟ ଡଲାର ଆୟ କରନ୍ତି। ଭାରତୀୟ ମୁଦ୍ରାରେ ଏହା ୧.୧୪ କୋଟି ଟଙ୍କା। ନ୍ୟାଶନାଲ ହେଲ୍‌ଥ ସର୍ଭିସେସ (ଏନ୍‌ଏଚ୍‌ଏସ୍‌)ରେ କାର୍ଯ୍ୟ କରୁଥିବା ମୋର କିଛି ବନ୍ଧୁ ଅଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଶିଫ୍ଟ ଶେଷ କରିବା ପରେ ଯେଉଁମାନେ ଘରକୁ ଫେରି ପାରୁନାହାନ୍ତି, ସେମାନଙ୍କ ପାଇଁ ମାଗଣାରେ ରହଣି ବ୍ୟବସ୍ଥା କରିପାରିବି। ନଟିଂ ହିଲ୍‌ ସମେତ ଲଣ୍ଡନର ବହୁ ସ୍ଥାନରେ ଜାହାଙ୍କ ହୋଟେଲ ଅଛି। ତାଙ୍କ ଫ୍ଲାଟଗୁଡ଼ିକ ସାଧାରଣତଃ କର୍ପୋରେଟ୍‌ କ୍ଲାଏଣ୍ଟମାନେ ବ୍ୟବହାର କରନ୍ତି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଲାଗୁ ହୋଇଥିବା ଯାତ୍ରା କଟକଣା ଯୋଗୁ ଏଗୁଡ଼ିକ ଖାଲି ପଡ଼ିଛି। ତାଙ୍କ ବିଜନେସ ପାର୍ଟନର ଓବି ଓ୍ବିଲିଅମ୍ସ କହିଛନ୍ତି, ଲଣ୍ଡନ ସ୍ଥିତ ଦୁଇ ମେଡିକାଲର ଷ୍ଟାଫମାନେ ଯୋଗାଯୋଗ କରି ସାରିଛନ୍ତି। ଏଭଳି ସ୍ଥିତିରେ ଯଦି କେହି ସାହାଯ୍ୟ କରିପାରିବେ, ତେବେ ଆଗେଇ ଆସନ୍ତୁ ବୋଲି ଓ୍ବିଲିଅମ୍ସ କହିଛନ୍ତି। ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମର ବିପରୀତରେ ଥିବା ଦୁଇ ମାଞ୍ଚେଷ୍ଟର ହୋଟେଲରେ ୧୭୬ ରୁମ୍‌ ରହିଛି। ରୁଷିଆର ବିଜନେସ ଟାଇକୁନ ଚେଲସିର ଷ୍ଟାମଫର୍ଡ ବ୍ରିଜ୍‌ ଗ୍ରାଉଣ୍ଡ ହୋଟେଲରେ ଥିବା ୭୨ ରୁମ୍‌ ପାଇଁ ମେଡିକାଲ ଷ୍ଟାଫ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି।

Share