Categories: ବାଣିଜ୍ୟ

ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର ଏବଂ ନିର୍ଦ୍ଦେଶକ ଧର୍ମାବ୍ରତା ପୃଷ୍ଟି ଏହି ସେବାକୁ ଶୁଭାରମ୍ଭ କରିଥିଲେ। ଗ୍ରାହକମାନେ ଘରୋଇ କାର୍ଯ୍ୟ ଲାଗି ସହାୟକ ଭାବେ ଲୋକମାନଙ୍କୁ ହାୟର ଅନ୍‌ ଆଓ୍ବାରରୁ ଅନଲାଇନ ଏବଂ ଫୋନ କଲ୍‌ କରି ସେବା ନେଇ ପାରିବେ। ଗୋଟିଏ ଘଣ୍ଟାର ସେବା ଲାଗି ଚାର୍ଜ ୧୬୨ ଟଙ୍କା ରହିଛି। ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଏବଂ କଟକର ସିଡିଏରେ ଆରମ୍ଭ କରାଯାଇଛି। କମ୍ପାନୀ ନିକଟରେ ୧୩୦ ଜଣିଆ ଏକ ଟିମ୍‌ ରହିଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ମେଡ ଷ୍ଟାଫ ରହିଛନ୍ତି। ଏହି ଲୋକମାନେ କାର ସଫା, ହୋମ ଡିପ୍‌ କ୍ଲିନିଂ, ବାସନ ସଫା, ଶିଶୁଙ୍କ ଡ୍ରେସ ଆଇରନ, ସିଫ୍ଟିଙ୍ଗ, କେୟାର ଟେକିଂ, ପାର୍ଟି ହେଲପର, ବେସିକ ପ୍ଲାଣ୍ଟ କେୟାର, କିଚେନ ହେଲପର, ଚାଇଲ୍ଡ କେୟାର ଭଳି ବିଭିନ୍ନ ସେବା ଯୋଗାଇ ଦେବେ। କମ୍ପାନୀ ଏକ ଷ୍ଟାର୍ଟଅପ ହୋଇଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ବୀକୃତି ମିଳିଛି।

Share