Categories: ଜାତୀୟ

ମେଣ୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଗଠନ ହେବା ପୂର୍ବରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଛି। ଭାଜପା କର୍ମୀ ସୁରେନ୍ଦ୍ର ବାହାଦୁର ସିଂଙ୍କ ପକ୍ଷରୁ ଦାଏର ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ଜନାଦେଶ ମିଳିଛି। କିନ୍ତୁ ରାଜ୍ୟବାସୀଙ୍କ ଜନାଦେଶ ବିରୋଧରେ ତିନି ରାଜନୈତିକ ଦଳ ମିଶି ସରକାର ଗଠନ କରିବାକୁ ବାହାରିଛନ୍ତି। ତେଣୁ ଏହି ଅପବିତ୍ର ମେଣ୍ଟକୁ ନିମନ୍ତ୍ରଣ ନ କରିବା ଲାଗି ସର୍ବୋଚ୍ଚ ଅଦାଲତ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

Share