ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌ସକୁ ହସ୍ତାନ୍ତର

ବାରଙ୍ଗ,୨୫ା୧୦(ଡି.ଏନ୍‌.ଏ.) : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମେଣ୍ଢାଶାଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଜୁଆସ୍ଥିତ ଏମ୍‌ସ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଗୁରୁବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ଦିଲୀପ ଷଡ଼ଙ୍ଗୀ, ଖୋର୍ଦ୍ଧା ଏଡିଏମଓ ଡ.ଦ୍ୱାରିକାନାଥ ଶତପଥୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା.ମୋହନ ହେମ୍ରମ ଓ ଶୁଭ୍ରାଂଶୁ ପ୍ରଧାନ,ଏମ୍‌ସର ଡ.ବିକାଶ ଚନ୍ଦ୍ର ଭାଟିଆ, ଡ.ବିନୋଦ ପାତ୍ର, ଡ.ମନି ହତିଆରୀ, ଡ.ରବିରାଜେ କୁମ୍ବଲେ ପ୍ରମୁଖ ଯୋଗଦେଇଥିଲେ। ରୋଗୀସେବାକୁ ଗୁରୁତ୍ୱ ଦେବା ସହ ପ୍ରତ୍ୟେକ ଦିନ ଏମ୍‌ସର ଯୁବ ଡାକ୍ତରମାନେ ଆସି ରୋଗୀଙ୍କ ଚିକିତ୍ସା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତ ବିଭାଗର ଡାକ୍ତରମାନେ ପର୍ଯ୍ୟାୟକ୍ରମେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି।

Share