ମେଦବହୁଳତାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ଲୁଣ…

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରେ। ମେଦବହୁଳତା କମ୍‌ କରିବାରେ ଏହା ମହୌଷଧି ସଦୃଶ କାର୍ଯ୍ୟ କରିଥାଏ। ଏହା ପେଟରେ ଥିବା ପ୍ରାକୃତିକ ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ ଓ ପ୍ରୋଟିନ୍‌କୁ ହଜମ କରେ। ବିଭିନ୍ନ ଏନଜାଇମ୍‌କୁ ଏହା ସକ୍ରିୟ କରିଥାଏ। ଅନିଦ୍ରା ରୋଗରେ ଏହା ସୁଫଳ ଦିଏ। କଳା ଲୁଣ ଅସ୍ଥିକୁ ମଜବୁତ କରିଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି।

Share