Advertisement

ମେଦବହୁଳତାରୁ ଦୂରେଇ ରଖେ ଏହି ସହଜ ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଦୈନଦିନ ଜୀବନରେ କିଛି ସହଜ ଉପାୟ ଦ୍ୱାରା ଏଥିରୁ ଦୂରେଇ ହୋଇ ରହିଥାଏ। ମଦେବହୁଳତା କମାଇବାରେ ଘି କୁଆଁରୀ ବା ଆଲୋଭେରା ରସ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଅଧା ଗ୍ଲାସ ଉଷୁମପାଣିରେ ଫାଳେ ଲେମ୍ବୁ ଚିପୁଡି ୪ ଚାମୁଚ ଘି କୁଆଁରୀ ରସ ସହିତ ମିଶାଇ ଏହାକୁ ପିଇଲେ ବେଶ୍‌ ଉପକାର ମିଳିଥାଏ। ସେହିପରି ଗୁଗ୍ଗଳକୁ ଘି କୁଆଁରୀ ରସ ସହିତ ମିଶାଇ ଏକତ୍ର ଖାଇଲେ ବିଶେଷ ଉପକାର ମିଳିଥାଏ। ୪ ଚାମୁଚ ମେଥି ପତ୍ର ରସ, ଗୋଟିଏ ରସୁଣ କୋଲା ସହିତ ୨୦ ଗ୍ରାମ୍‌ ଘି କୁଆଁରୀ ରସ ସକାଳେ ଖାଲିପେଟରେ ଖାଇଲେ ମେଦବହୁତଳା ହୋଇ ନ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel