ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମେଦବହୁଳତାର ଶିକାର ହୋଇଥାନ୍ତି। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ମଦବହୁଳତା କମାଇବାରେ ଘିକୁଆଁରୀ ବା ଆଲୋଭେରା ରସ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ପ୍ରତିଦିନ ରସରୁ ଚାମୁଚେ ପିଇଲେ ସୁଫଳ ମିଳେ। ସେହିପରି ଗୋଟିଏ ଲେମ୍ବୁରସ ଅଧା ଗ୍ଲାସ ଉଷୁମପାଣିରେ ୪ ଚାମୁଚ ଘିକୁଆଁରୀ ରସ ସହିତ ମିଶାଇ ଏହାକୁ ପିଇଲେ ଏକ ମାସ ମଧ୍ୟରେ ମେଦବହୁଳତା କମିବାକୁ ଲାଗିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି। ସେହିପରି ଗୁଗ୍ଗଳକୁ ଘିକୁଆଁରୀ ରସ ସହିତ ମିଶାଇ ଏକତ୍ର ସେବନ କଲେ ମଧ୍ୟ ବିଶେଷ ଉପକାର ମିଳିଥାଏ। ୪ ଚାମୁଚ ମେଥିପତ୍ର ରସ, ଗୋଟିଏ ରସୁଣ କୋଲା ସହିତ ୨୦ ଗ୍ରାମ୍ ଘିକୁଆଁରୀ ରସ ସକାଳେ ଖାଲିପେଟରେ ସେବନ କଲେ ମେଦବହୁଳତା ହୋଇ ନ ଥାଏ। ଏହାକୁ ଏକ ମାସ ପର୍ଯ୍ୟନ୍ତ ପ୍ରତିଦିନ କଲେ ସୁଫଳ ମିଳିଥାଏ।