ମେଦବହୁଳତାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି…

ଏବେ କେତେକଙ୍କଠାରେ ମେଦବହୁଳତା ଦେଖାଦେଉଛି। ଏଥିରୁ ରକ୍ଷା ପାଇବା ଲାଗି ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ତେବେ ପ୍ରତିଦିନ ସକାଳେ ଆଖୁରସ ପିଇବା ସହିତ କିଛି ସମୟ ଚାଲିବାକୁ ପଡିବ। ଏହାଦ୍ୱାରା ଓଜନ କମିଯାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଆଖୁରସରେ ପ୍ରଚୁର ପରିମାଣରେ ସଲ୍ୟୁବୁଲ୍‌ ଫାଇବର ରହିଛି। ଏହା ସହିତ ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଫସଫରସ୍‌, କ୍ୟାଲସିୟମ୍‌, ପଟାସିୟମ୍‌, ଭିଟାମିନ୍‌-‘ଏ’, ଭିଟାମିନ୍‌ ‘ବି’ କମ୍ପ୍ଲେକ୍ସ୍‌ ପ୍ରଭୃତି ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ୍‌ ମାତ୍ରା କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆଖୁରସ ଶରୀରର ବିଭିନ୍ନ ଅଂଶରେ ଥିବା ଚର୍ବିକୁ ତରଳାଇବାରେ ସହାୟକ ହୁଏ। ତେବେ ଶରୀରରେ ମେଟାବୋଲିକ୍‌ ପ୍ରକିୟା ଅଧିକ ହେଉଥିବା ସମୟରେ ଏହାକୁ ପିଇଲେ କଲେ ସୁଫଳ ମିଳିଥାଏ। ତେଣୁ ପ୍ରତିଦିନ ଅପରାହ୍ନ ୧ରୁ ୨ଟା ମଧ୍ୟରେ ଖାଦ୍ୟ ଖାଇବା ପରେ ଆଖୁରସ ପିଇବା ଆବଶ୍ୟକ। ଏହାପରେ କିଛି ସମୟ ଚଲାବୁଲା ମଧ୍ୟ କଲେ ସୁଫଳ ମିଳିଥାଏ।

Share