ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ ପିଇଲେ କୋଷ୍ଠକାଠିନ୍ୟ ଦୂର ହେବା ସହ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଲେମ୍ବୁରସ ସହ ମହୁ ମିଶାଇ ପିଇଲେ କାଶ ଦୂର ହୋଇଥାଏ। ଅଧା କପ୍‌ ଗାଜର ରସରେ ଲେମ୍ବୁ ମିଶାଇ ପିଇଲେ ଶରୀରରେ ରକ୍ତହୀନତା ଦୂର ହୋଇଥାଏ। ବିଶେଷକରି ପେଟରୋଗ ଓ ସାଧାରଣ ଥଣ୍ଡା ପାଇଁ ଲେମ୍ବୁ ପାଣି ଉପଯୋଗୀ। ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଉଷୁମ ପାଣିରେ ଫାଳେ ଲେମ୍ବୁ ଚିପୁଡ଼ି ପିଇଲେ ପେଟ ସଫା ହୋଇ ଯାଇଥାଏ।

Share