ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ। ଏହି ସବୁଜ ପନିପରିବା ଔଷଧ ଠାରୁ ବି ଅଧିକ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଜହ୍ନି ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ ଭିଟାମିନ ଓ ମିନେରାଲ ପ୍ରଚୁର ପରିମାଣରେ ରହିଛି। ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ। ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ। ଡାଇବେଟିସ୍‌ ରୋଗରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଜହ୍ନି କିଡ୍‌ନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନ ଦୂର କରେ। ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥାଏ। ଯାହା ଆଖିର ଦୃଷ୍ଟିଶକ୍ତି ବଢାଏ। ବିଭିନ୍ନ ଚର୍ମ ସଂକ୍ରମଣ ରୋଗରୁ ଜହ୍ନି ଦୂରେଇ ରଖେ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ।

Share