Advertisement

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ସକାଳୁ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ । ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରେ। ସେହିପରି ରକ୍ତଚାପ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା ଲାଗି ମହୌଷଧୀ ସଦୃଶ କାର୍ଯ୍ୟ କରେ। ଏଥିରେ ଥିବା ଥାୟମୋଲ ତେଲ ଦାନ୍ତବିନ୍ଧାରୁ ଦିଏ ମୁକ୍ତି। ସେହିପରି ଗର୍ଭବତୀ ମହିଳାମାନେ ଏହାକୁ ପିଇଲେ ଏସିଡିଟି ଓ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel