ମେଦବହୁଳତାରୁ ମୁକ୍ତି ପାଇଁ ଏଥିରୁ ଗ୍ଲାସେ…

ନୂଆଦିଲ୍ଲୀ: ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ। କ୍ଷୀର ପିଇଲେ ମୋଟାପା ହେଉଥିବା ଅନେକ ବିଶ୍ୱାସ କରିଥାନ୍ତି। ତେବେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗ୍ଲାସେ ଥଣ୍ଡା କ୍ଷୀର ପିଇଲେ ଶରୀରରେ ଚର୍ବି ଜମିବା କମିଥାଏ। ଥଣ୍ଡା କ୍ଷୀରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟିଏଜିଂ ଉପାଦାନ ଭାବେ କାର୍ଯ୍ୟ କରେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ତେବେ ଦିନ ଅପେକ୍ଷା ରାତିରେ ଏହାକୁ ପିଇଲେ ଅଧିକ ସୁଫଳ ମିଳିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।