ଲାଲ ଗୋଲାପ କେବଳ ଘର ସଜାଇବା କାମରେ ଲାଗି ନ ଥାଏ। ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ। ଥକ୍କାପଣ ଦୂର କରିବା ସହ ମେଦବହୁଳତା କମ୍ କରିବାରେ ଗୋଲାପର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଗୋଲାପରେ ରହିଛି ଡାଇୟୁରୋଟିକ୍ ଗୁଣ ଯାହା ପେଟ ସଫା କରିବା ସହ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ସହଜରେ ବାହାର କରିବାରେ ସହାୟକ ହୋଇଥାଏ।
-ଗୋଲାପର ୨-୩ଟି ପାଖୁଡାକୁ ଚା’ରେ ପକାଇ ପିଇଲେ ଲାଭ ମିଳିଥାଏ।
-ରାତିରେ ଲାଲ ଗୋଲାପର ପାଖୁଡାକୁ ପାଣିରେ ଭିଜାଇ ରଖି ସକାଳୁ ସେହି ପାଣିରେ ମୁହଁ ଧୋଇଲେ ମୁହଁର ତ୍ୱଚା ଚିକ୍କଣ ଓ ନରମ ହୋଇଥାଏ।
– ୧୦ରୁ ୧୫ ପାଖୁଡା ଗୋଲାପ ନେଇ ଏହାକୁ ପାଣିରେ ସିଝାଇ ପାଣି ଲାଲ ହୋଇଯିବା ପରେ ସେଥିରେ ମହୁ ଓ ଡାଲଚିନି ପାଉଡର ମିଶାଇ ଖାଇଲେ ମେଦବହୁଳତା ଦୂରେଇ ଯାଇଥାଏ।
-ଗୋଲାପ ପାଖୁଡାକୁ ପେଷି ସେଥିରେ ଚନ୍ଦନ ତେଲ ମିଶାଇ ଶରୀରରେ ଲଗାଇଲେ ଥକ୍କାପଣ ଦୂର ହୋଇଥାଏ।