ମେଦବହୁଳତା ସମସ୍ୟା ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ୫ ଫଳ

ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତାର ମୁଖ୍ୟ କାରଣ। ଛୋଟରୁ ବଡ଼ ପ୍ରାୟ ସମସ୍ତେ ଏହାର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ନିଜ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅନେକ ସମୟରେ ଫଳରେ ସୁଗାର ରହିଥିବା ଯୋଗୁ ଏହା ଓଜନ ବଢ଼ାଇବ ଭାବି ଲୋକେ ତାହା ଖାଇ ନ ଥାନ୍ତି। ମାତ୍ର ଏପରି କରିବା ଉଚିତ ନୁହେଁ। କାରଣ ଏଥିରେ ବିଭିନ୍ନ ପୋଷକତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଆବଶ୍ୟକ। ତେବେ ଏପରି କିଛି ଫଳ ରହିଛି ଯାହା ଓଜନ୍‌ କମ୍‌ କରିବାରେ ସହାୟକ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…..

ଷ୍ଟ୍ରବେରୀ ବା ଲିଚୁ : ଓଜନ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଷ୍ଟ୍ରବେରୀ ବା ଲିଚୁ ବହୁ ଉପକାରୀ। ୟୁଏସ୍‌ଡିଏ ଅଫ୍‌ ଏଗ୍ରିକକଲ୍‌ଚର ତଥ୍ୟ ଅନୁଯାୟୀ, ୧୦୦ ଗ୍ରାମ୍‌ ଷ୍ଟ୍ରବେରୀରେ ୮ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଥାଏ। ଯାହା ଓଜନ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ

ତରଭୁଜ: ଓଜନ୍‌ କମ୍‌ କରିବାରେ ତରଭୁଜ ମଧ୍ୟ ଉପକାରୀ ହୋଇଥାଏ। ଏଥିରେ କମ୍‌ କ୍ୟାଲୋରୀ ଥାଏ। ୟୁଏସ୍‌ଡିଏ ଅନୁଯାୟୀ, ୧୦୦ ଗ୍ରାମ୍‌ ତରଭୁଜରେ ୮ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଥାଏ। ଯାହା ଓଜନ୍‌ କମ୍‌ କରିଥାଏ।

ଜାମୁକୋଳି: ଏହା ମଧ୍ୟ ଓଜନ କମ୍‌ କରିଥାଏ। ମାତ୍ର ଏହାକୁ ଖାଇବା ବେଳେ ଧ୍ୟାନ ଦେବେ ଯେପରି ଅନ୍ୟ କାହା ସହ ନ ଖାନ୍ତି। ୧୦୦ ଗ୍ରାମ୍‌ ଜାମୁକୋଳିରେ ୧୦୦ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଥାଏ।

ପିଚ୍‌: ଏହାକୁ ଖାଇଲେ ମଧ୍ୟ ଓଜନ୍‌ କମ୍‌ ହୋଇଥାଏ।

ଖରଭୁଜ: ଓଜନ୍‌ କମ୍‌ କରିବାରେ ଖରଭୁଜକୁ ମଧ୍ୟ ଏକ ବିକଳ୍ପ ଫଳ ଭାବେ ଗ୍ରହଣ କରିପାରିବେ।