Categories: ଜାତୀୟ

ମେଦବହୁଳ ଓ ବଡ଼ ପେଟ ଥିବା ପୋଲିସ ବାବୁଙ୍କ ସମ୍ପର୍କରେ ନଭେମ୍ବର ୧ ସୁଦ୍ଧା ଦେବାକୁ ପଡ଼ିବ ରିପୋର୍ଟ

ଜୟପୁର,୨୪।୧୦: ରାଜସ୍ଥାନର ବିକାନେରରେ ମେଦବହୁଳ ଓ ବଡ଼ ପେଟ ଥିବା ପୋଲିସ ବାବୁମାନେ ଏବେ ଆଶଙ୍କା ମଧ୍ୟରେ ରହିଛନ୍ତି। ଏସ୍‌ପି ପ୍ରଦୀପ ମୋହନ ଶର୍ମା ପୋଲିସ ବିଭାଗରେ ଥିବା ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ରିପୋର୍ଟ ନଭେମ୍ବର ୧ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ସୂଚନା ମିଳିବା ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ଏନେଇ ପୋଲିସ ବିଭାଗରେ କୋକୁଆ ଭୟ ଦେଖାଦେଇଛି।

Share