ପୁଞ୍ଚ,୧୪।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେନ୍ଧର ସେକ୍ଟରରେ ପାକିସ୍ତାନ ଶନିବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ପ୍ରାୟ ୯ଟା ୩୦ରେ ମୋର୍ଟାର ମାଡ କରିବା ସହ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରଠାରୁ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି।