ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକାରୀ ନା ନାହିଁ ସେ ନେଇ ଗ୍ରାହକ ଅଜଣା ରହିଥାନ୍ତି। ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଚାଇନାର ବେଜିଂରେ ଏକ ହୋଟେଲରେ ଗ୍ରାହକଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ଦିଆଯାଏ। ଏଠାରେ ଏକ ଉନ୍ନତ ଧରଣର ଟେକ୍ନୋଲୋଜି ବ୍ୟବହାର ହୋଇଛି। ଏଠି ଟେବୁଲ ଉପରେ ମେନ୍ୟୁ କାର୍ଡ ରଖାଯାଏନି। ହୋଟେଲରେ ଥିବା ମେନ୍ୟୁ କାର୍ଡ ମେଶିିନ ସମ୍ମୁଖରେ ଗ୍ରାହକ ଛିଡା ହେଲେ ସେ କ’ଣ ଖାଇଲେ ତାଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ହେବ, ସେହି ଅନୁସାରେ ଖାଦ୍ୟ ଅର୍ଡର ଦିଆଯାଇଥାଏ। ଏହା ଏକ ରୋବଟ୍‌ ଭଳି କାମ କରେ। ଏହା ସାମ୍ନାରେ ଗ୍ରାହକ ଛିଡା ହେଲେ ଏହା ବୟସ ଓ ଲିଙ୍ଗକୁ ଚିହ୍ନଟ କରି ସେହି ଆଧାରରେ ଖାଦ୍ୟ ଅର୍ଡର ଦିଏ। ଯଦି କୌଣସି ଶିଶୁ ଏହି ମେଶିନ ସମ୍ମୁଖରେ ଛିଡା ହୁଏ, ତେବେ ସେ ଶିଶୁ ପାଇଁ ହର୍ଲିକ୍ସ ବା ବୋର୍ନଭିଟା କିମ୍ବା ବୟସ ଅନୁସାରେ ଖାଦ୍ୟ ମେନ୍ୟୁ ମେଶିନ୍‌ ଅର୍ଡର କରିଥାଏ।

Share