ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍.ସି. ମେରୀକମ୍ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବେ। ଅନ୍ୟ ୬ ଜଣ କ୍ରୀଡ଼ାବିତ୍ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ କ୍ରିକେଟର ଜାହିର ଖାଁ, ମହିଳା ହକି ଅଧିନାୟିକା ରାଣୀ ରାମପାଲ, ପୂର୍ବତନ ପୁରୁଷ ହକି ଖେଳାଳି ଏମ୍ପି ଗଣେଶ, ଶୁଟର ଜିତୁ ରୟ, ପୂର୍ବତନ ମହିଳା ଫୁଟ୍ବଲ ଟିମ୍ ଅଧିନାୟିକା ଓଇନାମ ବେମ୍ବେମ୍ ଦେବୀ ଏବଂ ତୀରନ୍ଦାଜ ତରୁଣଦୀପ ରୟ।