ମେରେ ଦୋ ଦୋ ବାପ୍‌

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଗୋପୀ କିଷନ୍‌’ରେ ସୁନୀଲ ସେଟ୍ଟିଙ୍କ ରୋଲ୍‌କୁ। ଏଥିରେ ସେ ଡବଲ ରୋଲ୍‌ରେ ଦର୍ଶକଙ୍କ ସାମ୍‌ନାକୁ ଆସିଥିଲେ। ଏଥିରେ ତାଙ୍କର ଏକ ମାନିଆ ଡାଏଲଗ୍‌ ଥିଲା। ତାହା ହେଲା-‘ମେରା ଦୋ ଦୋ ବାପ୍‌’। ଚଳିତବର୍ଷ ଏହି ସିନେମା ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ ସୁନୀଲ ଏକ ମଜାଦାର କଥା କହି ସେଠାରେ ଉପସ୍ଥିତ ବ୍ୟକ୍ତିଙ୍କୁ ହସାଇ ହସାଇ ବେଦମ କରିଥିଲେ। ସେ କହିଥିଲେ ଯେ, ମୋ ଝିଅ ଆଥିୟା ମୋ ସହ ମଜା କରିବା ସମୟରେ କହେ ‘ମେରା ଦୋ ଦୋ ବାପ୍‌’। କମେଡିଭିତ୍ତିକ ଏହି ଫିଲ୍ମଟି ସେ ସମୟରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବାରେ ସକ୍ଷମ ହୋଇଥିଲା।

Share