Categories: ବାଣିଜ୍ୟ

ମେ’ରେ ବଢ଼ିଛି ବିମାନ ଯାତ୍ରା: ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ୨.୯୬%

ନୂଆଦିଲ୍ଲୀ,୧୯-୬: ଏପ୍ରିଲରେ ହ୍ରାସ ପାଇବା ପରେ ଘରୋଇ ବିମାନ ଯାତ୍ରା ମେ’ରେ ବୃଦ୍ଧି ପାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଦ୍ୱାରା ମଙ୍ଗଳବାର ଜାରି ସଦ୍ୟତମ ତଥ୍ୟ ଅନୁସାରେ ମେ’ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୨.୯୬% ବଢ଼ିଛି। ଏଥିପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ୪.୫% ହ୍ରାସ ପରିଲକ୍ଷିତ ହୋଇଥିଲା। ଚଳିତବର୍ଷ ମେ’ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ।.୨୨ କୋଟି ରହିଛି, ଯାହା କି ,୨୦୧୮ର ସମାନ ଅବଧିରେ ୧.୧୮ କୋଟି ଥିଲା। ଏପ୍ରିଲ ୧୭ରେ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବା କାରଣରୁ ସେହି ମାସରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିଲା। ତଥ୍ୟ ଅନୁସାରେ, ଘରୋଇ ଯାତ୍ରୀଙ୍କ କ୍ଷେତ୍ରରେ ୪୯% ବଜାର ଅଂଶ ସହ ଇଣ୍ଡିଗୋ ଶୀର୍ଷରେ ରହିଛି। ସ୍ପାଇସ୍‌ଜେଟ୍‌ର ବଜାର ଅଂଶ ଏପ୍ରିଲରେ ୧୩.୧% ରହିଥିବା ବେଳେ ମେ’ରେ ଏହା ବଢ଼ି ୧୪.୮% ହୋଇଛି। ଫଳରେ କମ୍ପାନୀ ଦ୍ୱିତୀୟ ସ୍ଥାନରେ ରହିଛି। ମେ’ରେ ଏୟାର ଇଣ୍ଡିଆ, ଗୋଏୟାର, ଏୟାର ଏସିଆ ଓ ଭିସ୍ତାରାର ବଜାର ଅଂଶ ଯଥାକ୍ରମେ ୧୩.୫%, ୧୧.୧%, ୬.୩% ଓ ୪.୭% ରହିଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

Share