Categories: ବାଣିଜ୍ୟ

ମେ’ରେ ସର୍ଭିସ ସେକ୍ଟର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୬-୬: ଦେଶର ସେବା କ୍ଷେତ୍ର ଗତିବିଧି ବୃଦ୍ଧି ହାର ମେ’ର ଏକ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସାଧାରଣ ନିର୍ବାଚନ ଯୋଗୁ ଏହା ପ୍ରଭାବିତ ହୋଇଛି ବୋଲି କୁହାଯାଉଛି। ବୁଧବାର ଜାରି ମାସିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡିଛି। ନିକ୍କେଇ ଇଣ୍ଡିଆ ସର୍ଭିସେସ୍‌ ବିଜନେସ ଆକ୍ଟିଭିଟି ସୂଚକାଙ୍କ ମେ’ରେ ହ୍ରାସ ପାଇ ୫୦.୨୦ରେ ପହଞ୍ଚତ୍ଛି। ଏହା ଗତ ୧୨ ମାସ ମଧ୍ୟରେ ସବୁଠାରୁ ଧୀମା କୁହାଯାଉଛି। ଏପ୍ରିଲରେ ଏହା ୫୧ ପ୍ରତିଶତ ରହିଥିଲା। ତେବେ ସେବା କ୍ଷେତ୍ର ଧୀମା ହୋଇଥିଲେ ହେଁ ଏ କ୍ଷେତ୍ରରେ ବ୍ୟାପକ ବିସ୍ତାର ହୋଇଛି॥ ସୂଚକାଙ୍କ ୫୦ ଉପରେ ରହିବା ବିସ୍ତାର ସଙ୍କେତ ଦେଇଥାଏ।

Share