Advertisement

ମେଲଛାମୁଣ୍ଡା ଶିଶୁମନ୍ଦିରରେ ଜନ୍ମାଷ୍ଟମୀ: ୧୬୭ ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା

ଘେଁସ,୨୩।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅନ୍ତର୍ଗତ ମେଲଛାମୁଣ୍ଡା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଏଥିସହିତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬୭ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦିବ୍ୟକିଶୋର ପଧାନ, ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ସଞ୍ଜୀବ ନାୟକ, ଯୁଗ୍ମ ସମ୍ପାଦକ ଅମିୟ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel