ମେଲାଣି ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ, ୩।୧୦ – ଭଦ୍ରକରେ କ୍ରମାନ୍ବୟରେ ବୁଢା, ଛୁଆ, କାଞ୍ଚନ ଓ ପିଲା ଗଣେଶଙ୍କ ଭସାଣି ସରିଥିବା ବେଳେ ବୁଧବାର ସନ୍ଧ୍ୟାରେ ଟୋକା ଗଣେଶ ବିଦାୟ ନେଇଛନ୍ତି। ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ସ୍ଥାୟୀ ମଣ୍ଡପରୁ ସ୍ବତନ୍ତ୍ର ରୋଶଣି ସହ ଗଣେଶଙ୍କୁ ଶୋଭାଯାତ୍ରରେ ନିଆଯାଇଥିଲା। ଜିଲା ଓ ଜିଲା ବହାରର ବିଭିନ୍ନ ବାଦ୍ୟ ଭସାଣି ଉତ୍ସବରେ ସାମିଲ ହୋଇଥିବା ବେଳେ କଲିକତାରୁ ଆସିଥିବା ଡିଜେ ଉତ୍ସବର ଶୋଭାକୁ ଦ୍ୱିଗୁଣିତ କରିଥିଲା। ରାସ୍ତାର ଉଭୟପାର୍ଶ୍ୱରେ ବହୁ ମହିଳା ଓ ପୁରୁଷ ଶୋଭାଯାତ୍ରାକୁ ଉପଭୋଗ କରିଥିଲେ। ପ୍ରତି ଛକରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ମଧ୍ୟ ଉତ୍ସବର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ସହରର ପ୍ରମୁଖ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।